ଏଆଇ କ୍ୟାମେରା ଜଗିବ ଶିମିଳିପାଳ ଜଙ୍ଗଲ

ଏଆଇ କ୍ୟାମେରା ଜଗିବ ଶିମିଳିପାଳ ଜଙ୍ଗଲ। ଜଙ୍ଗଲରେ ଲାଗୁଥିବା ନିଆଁ ଉପରେ ନଜର ରଖିବା ପାଇଁ ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟ ନେଇଛନ୍ତି ବନ ବିଭାଗ। ନିଆଁ ଲାଗିବା ମାତ୍ରେ ବନବିଭାଗକୁ ଖବର ପହଂଚାଇବା ଏହି କ୍ୟାମେରା।

ସୂଚନା ଅନୁସାରେ, ବିଗତ କିଛି ଦିନ ହେବ ଶିମିଳିପାଳ ସମେତ ଅନେକ ଜଙ୍ଗଲରେ ହଠାତ ନିଆଁ ଲାଗି ଯାଉଛି। ଫଳରେ ଜଙ୍ଗଲ ସମ୍ପୂର୍ଣ ଜଳିପୋଡ଼ି ପାଉଁଶ ହୋଇଯାଉଛି। ତେବେ କେଉଁ କାରଣରୁ ଜଙ୍ଗଲରେ ନିଆଁ ଲାଗୁଛି ତାହାର କାରଣ ସ୍ପଷ୍ଟ ହୋଇପାରୁ ନାହିଁ। ତେଣୁ ଜଙ୍ଗଲରେ ଲାଗୁଥିବା ନିଆଁ ପାଇଁ ଶିମିଳିପାଳ ଜଙ୍ଗଲ ଏଆଇ କ୍ୟାମେରା ଲଗାଯାଇଛି। ୬ଟି ଏଆଇ କ୍ୟାମେରାକୁ ପରୀକ୍ଷାମୂଳକ ଭାବେ ପରୀକ୍ଷା କରାଯାଇ ଶିମିଳିପାଳ ଜଙ୍ଗଲରେ ଲଗାଯାଇଛି। ଏପରିକି ଅନ୍ୟ ଜଙ୍ଗଲମାନଙ୍କରେ ମଧ୍ୟ ଏଆଇ କ୍ୟାମେରା ଲାଗିବ ବୋଲି ସୂଚନା ଦେଇଛନ୍ତି ବନବିଭାଗ।

Related Articles

Back to top button