ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ଼

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ଼ । ଏ ନେଇ ଆଜି ବିସିସିଆଇ ଘୋଷଣା କରିଛି । ତେବେ ରାହୁଲଙ୍କର ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ନେଇ ବିସିିସିଆଇ ସୂଚନା ଦେଇଛି । ଏହା ସହିତ ଅନ୍ୟ ସପୋର୍ଟ ଷ୍ଟାଫ ଏବଂ NCA ଅଧ୍ୟକ୍ଷ ଲକ୍ଷ୍ମଣଙ୍କର ମଧ୍ୟ କାର୍ଯ୍ୟକାଳ ବଢ଼ିଥିବା ବିସିସିଆଇ କହିଛି ।

ତେବେ ଚଳିତ ବର୍ଷ ବିଶ୍ୱକପ ସହିତ ରାହୁଲଙ୍କ ଚୁକ୍ତ ସମୟ ସୀମା ଶେଷ ହୋଇଥିଲା । କିନ୍ତୁ ରାହୁଲଙ୍କ କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ଚୁକ୍ତି ମିଆଦ ବଢ଼ାଇବା ପାଇଁ ବିସିସିଆଇ ନିଷ୍ୱତ୍ତି ନେଇଛି । ଏହା ସହିତ ତାଙ୍କର କାର୍ଯ୍ୟଶୈଳୀକୁ ମଧ୍ୟ ବେଶ ପ୍ରଶଂସା କରାଯାଇଛି । ଏଥି ସହିତ ଭାରତୀୟ କ୍ରିକେଟ ଏବଂ କ୍ରିକେଟ ଟିମକୁ ଆଗକୁ ନେବାକୁ ରାହୁଲ ଏବଂ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ।

Related Articles

Back to top button