ଉଦ୍ଧାର ପରେ ୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଟନେଲରୁ ଉଦ୍ଧାର ପରେ ୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେମାନଙ୍କର ସାହସ ଓ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି । ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସମସ୍ତ ଏଜେନ୍ସୀ, ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ୧୭ ଦିନର ସଂଘର୍ଷ କାହାଣୀ ବଖାଣିଥିଲେ । କେମିତି ଦିନ ବିତୁଥିଲା ଓ ସେମାନେ ଭିତରେ କଣ କରୁଥିଲେ କହିଛନ୍ତି । ଟନେଲ୍ ରେସକ୍ୟୁ ଅପରେସନ୍ ନେଇ ପ୍ରତିଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମିଙ୍କ ସହ କଥା ହେଉଥିଲେ ପ୍ରଧାନମନ୍ତ୍ରୀ ।

ସ୍ଥିତି ସମ୍ପର୍କରେ ପଚାରି ବୁଝୁଥିଲେ । ଆବଶ୍ୟକ ବୈଷୟିକ ସହାୟତା ଓ ମାନବ ସମ୍ବଳ ଯୋଗାଇ ଦିଆଯାଇଥିଲା । ଘଟଣାସ୍ଥଳକୁ ଯାଇଥିଲେ ପିଏମଓଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର । ନିଜେ କେନ୍ଦ୍ରମନ୍ତ୍ରୀ ଭି. କେ ସିଂ ଗ୍ରାଉଣ୍ଡରେ ରହି ରେସକ୍ୟୁ ଅପରେସନର ତଦାରଖ କରୁଥିଲେ ।

Related Articles

Back to top button