ନଭେମ୍ୱର ୧୫ରେ ‘ପ୍ରାରମ୍ଭ’ ମିଶନ: ମହାକାଶକୁ ଯିବ ଭାରତର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍

ଶ୍ରୀହରିକୋଟା: ଭାରତର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ । ଆଉ ମାତ୍ର ଦୁଇ ଦିନ ପରେ ନଭେମ୍ୱର ୧୫ ତାରିଖରେ ଏହାକୁ ମହାକାଶକୁ ପ୍ରେରଣ କରାଯିବ । ହାଇଦ୍ରାବାଦର ଅନ୍ତରୀକ୍ଷ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ଗତକାଲି ଏନେଇ ଘୋଷଣା କରିଛି । ଏହି ମିଶନର ନାଁ ରହିଛି ‘ପ୍ରାରମ୍ଭ’ ।

୩ ଜଣଙ୍କ ଓଜନ ବହନ କରି ଏହି ରକେଟ୍ ମହାକାଶକୁ ଯାଇପାରିବ । ଶ୍ରୀହରିକୋଟାସ୍ଥିତ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋର ଲଞ୍ଚ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯିବ । ବିକ୍ରମ-ଏସ୍ ୧୫ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଲଞ୍ଚ୍ ହେବ ବୋଲି ସ୍କାଏରୁଟ୍ ଏରୋସ୍ପେସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପଓ୍ୱନ କୁମାର ଚାନ୍ଦନା ସୂଚନା ଦେଇଛନ୍ତି ।

Related Articles

Back to top button