ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍‌ ଅମୀର ସରଫରାଜକୁ ହତ୍ୟା

ପାକିସ୍ତାନରେ ଏକ ଅଣ୍ଡରୱାର୍ଲ୍ଡ ଡନ୍‌ର ହତ୍ୟା କରିଦିଆଯାଇଛି । କୁହାଯାଉଛି କି କେହି ଅଜ୍ଞାତ ବ୍ୟକ୍ତି ଗୁଳି କରି ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ସରଫରାଜକୁ ହତ୍ୟା କରିଛି । ଲାହୋରରେ ତା’କୁ ହତ୍ୟା କରାଯାଇଛି । ସରଫରାଜ ଭାରତୀୟ ନାଗରିକ ସରବଜିତ୍ ହତ୍ୟାରେ ସାମିଲ ଥିଲା । ସରଫରାଜ ଉପରେ ଉପରେ ଅଭିଯୋଗ ଥିଲା କି ସେ ଆଇଏସଆଇ ଇସାରାରେ ପାକିସ୍ତାନ ଜେଲ୍‌ରେ ବନ୍ଦ ସରବଜିତ୍‌ଙ୍କ ହତ୍ୟା କରିଥିଲା ।

ସରବଜିତ୍‌ଙ୍କୁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ପାକିସ୍ତାନ ସେନା ଗିରଫ କରି ନେଇଥିଲେ । ସରବଜିତଙ୍କୁ ଜେଲ୍‌ରେ ରଖାଯାଇଥିଲା । ସେଠାରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଅଭିଯୋଗ ଥିଲା କି ମୃତ୍ୟୁଦଣ୍ଡ ପାଇଥିବା ୨ ପାକିସ୍ତାନୀ କଏଦୀ ଅମୀର ସରଫରାଜ ଓରଫ ତାମ୍ବା ଓ ମୁଦସର ମେ’ ୨୦୧୩ରେ ଲାହୋରର କୋଟ୍ ଲଖପତ୍ ଜେଲ୍‌ରେ ସରବଜିତ୍‌ଙ୍କ ଉପରେ ଆକ୍ରମଣ କରିଥିଲେ ଓ ଏହି ଆକ୍ରମଣରେ ସରବଜିତ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା ।

Related Articles

Back to top button