ଅଶୋଧିତ ତୈଳ ଉପରେ ଲାଗୁ ଥିବା ୱିଣ୍ଡଫଲ ଟ୍ୟାକ୍ସ ହ୍ରାସ କଲେ ସରକାର: ଡିଜେଲ ଏବଂ ଏଭିଏସନ ଫୁଏଲ ମୂଲ୍ୟ ବି କମିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଶୋଧିତ ତୈଳ ଉପରେ ଲାଗୁ ଥିବା ୱିଣ୍ଡଫଲ ଟ୍ୟାକ୍ସ ହ୍ରାସ କରିଛନ୍ତି। ଏହାସହ ଡିଜେଲର ରପ୍ତାନୀ ଉପରେ ଲାଗୁ ଥିବା ୱିଣ୍ଡଫଲ ଟ୍ୟାକ୍ସ ମଧ୍ୟ କମ କରିଛନ୍ତି । ତେବେ ଏହାର ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ନାହିଁ । ତେବେ ରପ୍ତାନୀରୁ ଆୟ କରୁଥିବା ତେଲ କମ୍ପାନି ଗୁଡିକ ଏହି ନିଷ୍ପତ୍ତିରେ ପ୍ରଭାବିତ ହେବେ।

ଅଶୋଧିତ ତୈଳ ଉପରେ ୱିଣ୍ଡଫଲ ଟ୍ୟାକ୍ସ ହ୍ରାସ କରି ୪,୯୦୦ ଟଙ୍କା ପ୍ରତି ଟନ କରାଯାଇଛି । ଅନ୍ୟପଟେ ଡିଜେଲର ରପ୍ତାନୀ ଉପରେ ଲାଗୁ ଟ୍ୟାକ୍ସକୁ ହ୍ରାସ କରି ୮ ଟଙ୍କା ପ୍ରତି ଲିଟର କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରପ୍ତାନୀ ଜରିଆରେ ଲାଭ ହାସଲ କରୁଥିବା କମ୍ପାନି ଗୁଡିକ ଉପରେ ଏହି ଟ୍ୟାକ୍ସ ଲାଗୁ ହୋଇଥାଏ । ଜୁଲାଇ ୧ରେ ପ୍ରଥମ ଥର ପାଇଁ ଭାରତରେ ୱିଣ୍ଡଫଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ।

କେନ୍ଦ୍ର ସରକାର ଏଭିଏସନ ଟର୍ବାଇନ ଫୁଏଲର ମୂଲ୍ୟରେ ୨.୩ ପ୍ରତିଶତ ହ୍ରାସ କରିଛନ୍ତି । ଏହାର ମୂଲ୍ୟ ଦିଲ୍ଲୀରେ ପ୍ରତି କିଲୋଲିଟର ପିଛା ୨,୭୭୫ ଟଙ୍କା ହ୍ରାସ ହୋଇ ୧,୧୭,୫୮୭.୬୪ ଟଙ୍କା ହୋଇଛି । ଏହି ହ୍ରାସ ଅନ୍ତରାଷ୍ଟ୍ରୀୟ ସ୍ତରରେ ତେଲ ମୂଲ୍ୟରେ ହ୍ରାସକୁ ଦର୍ଶାଉଛି।

Related Articles

Back to top button