ଏସିଆକପ୍ ଫାଇନାଲରେ ଭାରତ ବିଜୟ

ଏସିଆକପ୍ ଫାଇନାଲରେ ଭାରତ ବିଜୟ ଲାଭ କରିଛି । ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାଜିତ କରି ଅଷ୍ଟମଥର ପାଇଁ ଏସିଆକପ୍ ହାତେଇଛି ଭାରତୀୟ ଟିମ୍ । ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କ ଦଳକୁ ମାତ୍ର ୫୦ ରନରେ ଅଲଆଉଟ କରିଥିଲା । ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ସିରାଜ ୭ ଓଭର ବୋଲିଂ କରି ମାତ୍ର ୨୧ ରନ ଦେଇ ୬ଟି ୱିକେଟ ହାସଲ କରିଥିଲେ । ସବୁଠାରୁ ବଡକଥା ହେଉଛି ଶ୍ରୀଲଙ୍କା ଟିମର ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବାରେ ବିଫଳ ହୋଇଥିଲେ । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭର ବୋଲିଂ କରି ମାତ୍ର ୩ ରନ ଦେଇ ୩ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ଜସପ୍ରୀତ ବୋମରାହଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

୫୧ ରନର ଟାର୍ଗେଟ ନେଇ ଭାରତୀୟ ଟିମ ତାର ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରାରମ୍ଭିକ ଭାବେ ଇଶାନ କିଶନ ଓ ଶୁଭମନ ଗିଲ ମୋର୍ଚ୍ଚା ସମ୍ଭାଳିଥିଲେ । ମ୍ୟାଚରେ ଶୁଭମନ୍ ଗିଲ ୨୭ ରନ ଓ ଇଶାନ କିଶନ ୨୩ ରନ କରିଥିଲେ । ଭାରତୀୟ ଟିମ ୬.୧ ଓଭର ଖେଳି ମ୍ୟାଚ ବିଜୟୀ ହୋଇଛି ।

Related Articles

Back to top button