ଅଗଷ୍ଟ ୧୬ ତାରିଖରୁ ଖୋଲିବ ଅମୃତ ଉଦ୍ୟାନ

ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ-୨କୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି । ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ।‌ ଅମୃତ ଉଦ୍ୟାନ ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଖୋଲା ଅମୃତ ଉଦ୍ୟାନ ଖୋଲାଯିବା ନେଇ ସୂଚନା ରହିଛି । ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି । ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ।

Related Articles

Back to top button