ରାଜଧାନୀରେ ଲାଗୁ ହେବ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ୱର:ଟ୍ରାଫିକ ସମସ୍ୟାକୁ ସଜାଡିବା ପାଇଁ ରାଜ୍ୟ ସରକାର ତତ୍ପର । ଦ୍ରୃତଗତିରେ ଗାଡି ଚଳାଇବା ଟ୍ରାଫିକ ନିୟମ ପାଳନ ନକରିବା, ବିନା ହେଲମେଟ ପରିଧାନରେ ଗାଡି ଚଳାଇବା ପାଇଁ ବହୁ ଲୋକଙ୍କର ଚାଲାଣ କଟୁଛି । ତେବେ ଏହି ସବୁ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କ ଜୀବନ ମଧ୍ୟ ବଳି ପଡୁଛି । ସଡକ ଦୁର୍ଘଠଣାରେ ପ୍ରତିବର୍ଷ ନାନା ଲୋକଙ୍କର ଜୀବନ ଯାଉଛି ।

ସୂଚନାମୁତାବକ ଗତବର୍ଷରେ କେବଳ ରାଜଧାନୀରେ ୬୩୬ ଲୋକଙ୍କର ଦୁର୍ଘଟଣା ଘଟିଛି । ଏହିକାରଣରୁ ପ୍ରାୟ ୧୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଏତେ ସବୁ ହେବାପରେ ମଧ୍ୟ ଲୋକ ଚେତୁ ନାହାନ୍ତି । ପୋଲିସ ଡବଲ ହେଲମେଟ ପିନ୍ଧିବା ପାଇଁ ବାରମ୍ବାର କହୁଥିବା ବେଳେ ଲୋକ ଏହାକୁ ନେଇ ସଚେତନ ହେଉ ନାହାନ୍ତି । ଟ୍ରାଫିକ ପୋଲିସ ଆଖିରେ ଚକମା ଦେଇ ଅମାନିଆ ମାନେ ଟ୍ରାଫିକ ନିୟମ ଭାଙ୍ଗି ଚାଲିଛନ୍ତି । ତେଣୁ ଏହି ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ଏକ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ।

ଯେଉଁଥିରେ ନିୟମ ଉଲଘଂନ କାରୀ ମାନଙ୍କପାଇଁ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏଥି ପାଇଁ ହାଇଦ୍ରାବାଦର ଏକସଂସ୍ଥା ବିଏସ୍ସିଏଲର ଏକ ସଂସ୍ଥାକୁ ସିସିଟିଭିରେ ଏକ ନୂଆ ଆପ ଇନଷ୍ଟଲ କରିବାକୁ ଚିଠି ଲେଖାଯାଇଛି । ଯାହା ଦ୍ୱାରା କଡାକଡି ଭାବେ ଟ୍ରାଫିକ ନିୟମ ଭାଙ୍ଗୁ ଥିବା ବ୍ୟକ୍ତି ମାନଙ୍କୁ ଠାବ କରି ସେମାନଙ୍କ ଚାଲାଣ କଟାଯିବ । ବର୍ତ୍ତମାନ କ୍ୟାମେରା ରେକଡିଂରୁ ନିୟମ ଉଲଙ୍ଘନ କାରୀଙ୍କୁ ଠାବ କରି ସେମାନଙ୍କ ଚାଲାଣ କଟାଯାଇ ତାଙ୍କ ଘରକୁ ଇଚାଲାଣ ପଡାଯାଉଛି । ଯାହା ବହୁ ସମୟ ଲାଗୁଛି , ଆଉ ବେଳେ ବେଳେ କିଛି ଲୋକ ଏଥିରୁ ବର୍ତ୍ତି ମଧ୍ୟ ଯାଉଛନ୍ତିି ।

Related Articles

Back to top button