୫ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ସିଜୁଛି ସାରା ଓଡିଶା । ପ୍ରଚଣ୍ଡ ଖରାକୁ ଅସହ୍ୟ ତାତିରେ କଲ ବଲ ହୋଇଛନ୍ତି ଓଡିଶାର ସାଢେ ୪ କୋଟି ଲୋକ । ତେବେ ଏହି ପରିସ୍ଥିତିରେ ଏକ ଆଶ୍ୱସ୍ତିକର ଖବର ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।  ରାଜ୍ୟର ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

କାରଣ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ୧୬ ତାରିଖରୁ ବର୍ଷାର ପରିମାଣରେ ବୃଦ୍ଧି ଘଟିବା ସହ ଅସହ୍ୟ ତାତିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ତେବେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶାର କିଛିଟା ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ୧୭ ତାରିଖରେ ଉତ୍ତର ଉପକୂଳ ଏବଂ ୧୮ରେ ପୂରା ଉପକୂଳ ଓଡିଶାରେ ବର୍ଷା ହେବାର ଯଥେଷ୍ଟା ସମ୍ଭାବନା ରହିଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button