ସାମ୍ନାକୁ ଆସିଲା ଯାଜପୁରରୁ ଗିରଫ ସୟଦ ଇସାନ ବୁଖାରିର ସଂଘାତିକ ଷଡ଼ଯନ୍ତ୍ର

ସାମ୍ନାକୁ ଆସିଲା ଯାଜପୁରରୁ ଗିରଫ ସୟଦ ଇସାନ ବୁଖାରିର ସଂଘାତିକ ଷଡ଼ଯନ୍ତ୍ର। ନିଜେ କରିଥିଲା ଗୋଟିଏ ଆପ। ଏହି ଆପ୍ ରେ କିଛି ଯୁବତୀଙ୍କୁ ସେ ରଖିଥିଲା ଯୋଗାଯୋଗ। ଯେଉଁ ମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ ଜଣଙ୍କ ସହ ସମ୍ପର୍କ ଥିଲା। ୯ ବ୍ୟାଙ୍କ୍ ରେ ଆକାଉଣ୍ଟ ରହିଛି। ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, SBI, j&k ବ୍ୟାଙ୍କ୍, Axis Bank, Central Bank, IDFC, ବ୍ୟାଙ୍କ୍ ଅଫ ବରୋଦାରେ ରହିଛି ଆକାଉଣ୍ଟ। ସେଥିରୁ ମିଳିଛି କୋଟି ଟଙ୍କା କାରବାର । ଯୁବତୀଙ୍କ ସହ ସମ୍ପର୍କ ରଖି ହନିଟ୍ରାପ୍ ରେ ବ୍ୟବହାର କରୁଥିବା କିଛି ତଥ୍ୟ ଯୋଗାଉଥିବା ମଧ୍ୟ ସନ୍ଦେହ କରୁଛି STF ।

ସୂଚନା ଅନୁଯାୟୀ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିଛି ଏସଟିଏଫ । ପ୍ରଥମ ଦିନରେ ବୁଖାରୀକୁ ଗୁଡେଇ ତୁଡେଇ ଜେରା କରିଛି କ୍ରାଇମବ୍ରାଞ୍ଚ STF । ପ୍ରଥମଦିନରେ ୨୦ ପ୍ରଶ୍ନ କରିଥିଲା STF ଓ IB ଟିମ୍ । ଟେରର ଫଣ୍ଡିଂ, ଟେରର ଲିଙ୍କ୍, ଲଭ୍ ଜିହାଦ ନେଇ ଜେରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। କେବଳ ଏତିକି ନୁହେଁ ପାକିସ୍ତାନ, ନେପାଳ ସମେତ ବିଭିନ୍ନ ଦେଶର ୧୨ ଯୁବତୀଙ୍କ ସହ ବୁଖାରୀର ଅନଲାଇନ୍ ଚାଟିଂ ମଧ୍ୟ କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି । ୬ଟି ବ୍ୟାଙ୍କ ଆକାଉଣ୍ଟର ଟ୍ରାଞ୍ଜାକ୍ସନ ନେଇ ହୋଇଛି ଜେରା। ସେପଟେ ଅଭିଯୁକ୍ତକୁ ଅଧିକ ଜେରା ପାଇଁ ଭୁବନେଶ୍ବରରେ ପହଂଚିଛନ୍ତି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପଞ୍ଜାବ ପୋଲିସ ଟିମ୍ ।

Related Articles

Back to top button