ଇତିହାସ ରଚିଲା ଭାରତୀୟ ଅଶ୍ୱାରୋହୀ ଦଳ

ଏସୀୟ କ୍ରୀଡ଼ା୨୦୨୩ର ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ତୃତୀୟ ଦିନରେ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲା ଭାରତୀୟ ଅଶ୍ୱାରୋହୀ ଦଳ । ଟିମ୍ ଇଭେଣ୍ଟରେ ଭାରତୀୟ ଅଶ୍ୱାରୋହୀ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଷ ଅଗ୍ରୱାଲ ଓ ହୃଦୟ ଛେଡ଼ା ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।

ଏସୀୟ କ୍ରୀଡ଼ାରେ ୪୦ ବର୍ଷର ଅଶ୍ୱାରୋହୀ ଇତିହାସରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି। ଡ୍ରେସେଜ୍ ଇଭେଣ୍ଟର ଫାଇନାଲରେ ଭାରତର ଅଶ୍ୱାରୋହୀ ଅନୁଷ, ସୁଦୀପ୍ତି, ଦିବ୍ୟକୀର୍ତ୍ତି ଓ ହୃଦୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ୨୦୯.୨୦୫ ପଏଣ୍ଟ ହାସଲ କରିଛି। ଦିବ୍ୟା କୀର୍ତ୍ତି୬୮.୧୭୬ ପଏଣ୍ଟ, ହୃଦୟ ୬୯.୯୪୧ ପଏଣ୍ଟ ଓ ଅନୁଷ ୭୧.୦୮୮ ପଏଣ୍ଟ ପାଇଛନ୍ତି। ଭାରତୀୟ ଦଳ ଚୀନଠାରୁ ୪.୫ ପଏଣ୍ଟ ଆଗରେ ରହିଥିଲା।

Related Articles

Back to top button