ଏସିଆ କପ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ ।

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ୧୭ଜଣିଆ ସ୍କ୍ବାଡରେ ନବାଗତ ତିଲକ ବର୍ମା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ଇଶାନ କିଷାନ, ମହମ୍ମଦ ସାମି, ମହମ୍ମଦ ସିରାଜ ପ୍ରମୁଖ ସାମିଲ ହୋଇଛନ୍ତି । ଆଘାତ ପରେ ଟିମକୁ ଫେରିଛନ୍ତି ଶ୍ରେୟଶ ଆୟର, କେ ଏଲ ରାହୁଲ । ଆୟର୍ଲାଣ୍ଡ ସହ ଖେଳୁଥିବା ପେସ ବୋଲର ଯଶପ୍ରୀତ ବୁମରା ମଧ୍ୟ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଟିମର ଉପଅଧିନାୟକ ଦାୟିତ୍ବ ତୁଲାଇବେ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ଚାଲିବ ଏସିଆ କପ । ସେପ୍ଟେମ୍ବର ଦୁଇରେ ଭାରତ-ପାକ ମୁକାବିଲା ହେବ ।

Related Articles

Back to top button