ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ମିଳିଲା ଏକ ସ୍ୱର୍ଣ୍ଣ ପଦକ

ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତ ଖାତାକୁ ଆସିିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ମିିଳିଛି ଦଳଗତ ସଫଳତା। ଚୀନକୁ ପରାସ୍ତ କରି ଦଳ ଶେଷ ମୁହୂର୍ତରେ ଜିତିଛି ସ୍ୱର୍ଣ୍ଣ । ଭାରତ ପକ୍ଷରୁ ସରବଜୋତ ସିଂ, ଅର୍ଜୁନ୍ ସିଂ ଚିମା ଓ ଶିବ ନରୱାଲ ଆଣିଛନ୍ତି ଏହି ସଫଳତା ପାଇଛନ୍ତି। ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତ ପକ୍ଷରୁ ରୋଶିବିନା ଦେବୀ ରୌପ୍ୟ ଜିତିଥିଲେ । ଏବେ ପଦକ ତାଲିକାରେ ଭାରତ ମୋଟ ୨୪ ପଦକ ସହ ପଞ୍ଚମ ସ୍ଥାନରେ ରହିଛି ।

ସୂଚନା ଅନୁସାରେ , ଏସିଆନ୍ କ୍ରୀଡ଼ାର ୧୦ ମିଟର ଏୟାର ପିସ୍ତଲରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତ ଖାତାକୁ ଆସିିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ।। ସରବଜୋତ ସିଂ, ଅର୍ଜୁନ ସିଂ ଓ ନରୱାଲ ଶିବ ଜିତିଛନ୍ତି ଭାରତ ପାଇଁ ଷଷ୍ଠ ସ୍ୱର୍ଣ୍ଣ ପଦକ। ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତ ପକ୍ଷରୁ ରୋଶିବିନା ଦେବୀ ରୌପ୍ୟ ଜିତିଥିଲେ । ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୨୪କୁ ବୃଦ୍ଧି ପାଇଛି। ଭାରତକୁ ଏପର୍ଯ୍ୟନ୍ତ ୬ ଟି ସ୍ୱର୍ଣ୍ଣ ସମେତ ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ମିଳିଛି ।

Related Articles

Back to top button