ଆମେରିକାରେ ଟି୨୦ ଖେଳିବ ଭାରତୀୟ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆମେରିକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ । କ୍ରିକବିଜ ଅନୁସାରେ ଟିମ ଇଣ୍ଡିଆ ଜୁଲାଇରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ । ଏହା ପରେ ଆମେରିକାର ଫ୍ଲୋରିଡାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟି୨୦ ମ୍ୟାଚରେ ଅଂଶଗ୍ରହଣ କରିବ । ୨୦୨୨ରେ ମଧ୍ୟ ଭାରତ ଏଠାରେ ୨ଟି ଟି୨୦ ମ୍ୟାଚ ଖେଳିଥିଲା । ଆମେରିକାରେ ମ୍ୟାଚ ଆୟୋଜନ ମାଧ୍ୟମରେ ୨୦୨୪ ବିଶ୍ୱକପର ପ୍ରସ୍ତୁତି ଆରମ୍ଭ କରିବ ।

ସୂଚନାଯୋଗ୍ୟ, ୨୦୨୪ ଟି୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଆୟୋଜନ କରିବେ । ଆମେରିକାରେ ଭାରତ ଏ ପର୍ଯ୍ୟନ୍ତ ୬ଟି ଟି୨୦ ମ୍ୟାଚ ଖେଳିଛି । ୪ଟି ମ୍ୟାଚରେ ଦଳ ବିଜୟ ହାସଲ କରିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପରେ ଭାରତ ଏହି ସିରିଜର ଆୟୋଜନ କରିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଥିନେଇ ବିଧିବଦ୍ଧ ଭାବେ ପୃଷ୍ଟି କରାଯାଇ ନାହିଁ ।

Related Articles

Back to top button