ଓଡ଼ିଶା ଏଫ.ସି. ଫୁଟବଲ ଟିମ୍ ପାଳିଲା ପଖାଳ ଦିବସ

ଭୁବନେଶ୍ୱର:  ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବରେ ପାଳନ କରାଯାଏ । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଆଜ଼ି ‘ପଖାଳ ଦ଼ିବସ’ ଅବସରରେ ଓଡ଼ିଶାର ଫୁଟବଲ ଟିମ୍ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି । ନିଆରା ଢଙ୍ଗରେ ବିଶ୍ୱ ପଖାଳ ଦିବସର ଆନନ୍ଦ ନେଇଛନ୍ତି ଓଡିଶା ଏଫସି ।

ଦଳ ନିଜର ପୁରୁଷ ଏବଂ ମହିଳା ବର୍ଗର ପ୍ରତିଭାବାନ ଖେଳାଳିମାନଙ୍କ ସହ ମିଶି ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ପଖାଳ ଖାଇବା ସହ ପାଳନ କରିଛଇ ବିଶ୍ୱ ପଖାଳ ଦିବସ । ଏହି କାର୍ଯ୍ୟକ୍ରମଟି ମୋନାର୍କା ରେଷ୍ଟୁରାଣ୍ଟଠାରେ ପ୍ରପଟି ବ୍ରାଣ୍ଡ ଏବଂ ମୋନାର୍କା ରେଷ୍ଟୁରାଣ୍ଟର ସହଯୋଗୀତାରେ ପାଳନ କରାଯାଇଛି । ଓଡିଆ ସଂସ୍କୃତି ଓ ପରମ୍ପରା ସହ ଅଧିକରୁ ଅଧିକ ଯୋଡି ହେବା ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ଚେଷ୍ଟା କରିଛି ଓଡିଶା ଫୁଟବଲ କ୍ଲବ । ଏହି ଅବସରରେ ଓଡିଶା ଏଫ.ସିର ପୁରୁଷ ଖେଳାଳି ଶୁଭମ ଷଡଙ୍ଗୀ, ପେଦ୍ର ମାର୍ଟିନ, ଡିଏଗୋ ମରିସିଓ, ରେନିଅର ଫର୍ଣ୍ଣାଣ୍ଡେଜ, ସମେତ ମହିଳା ଦଳର ଖେଳାଳି ସୁସ୍ମିତା ପରିଡା, ଦୀପା ନାୟକ ଏବଂ ମାଳତୀ ମୁଣ୍ଡା ସାମିଲ ହୋଇଥିଲେ । ଏହା ସହିତ ମହିଳା ଦଳର କୋଚ କ୍ରିସପିଜ ଛେତ୍ରି ମଧ୍ୟ ଉପସ୍ଥିତ ରହିଥିଲେ । କ୍ଲବର ବହୁ ଅଣ ଓଡିଆ ଖେଳାଳି ଏବଂ କୋଚ ମଧ୍ୟ ସାମିଲ ହୋଇ ପ୍ରଥମ ଥର ପାଇଁ ପଖାଳର ମଜା ନେଇଛନ୍ତି ।

ଓଡିଶା ସମ୍ପ୍ରଦାୟଙ୍କ ସହ ମିଶି ଓଡିଶାର ପରମ୍ପରାକୁ ଆଗେଇ ନେବା ପାଇଁ ଲକ୍ଷ୍ୟ ରଖିଛି ଫୁଟବଲ କ୍ଲବ । ତେଣୁ ଏଭଳି କିଛି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିବାର ପ୍ରୟାସ ଆରମ୍ଭ କରିଛି ଓଡିଶା ଏଫ.ସି । ଏହା ବ୍ୟତୀତ କାର୍ଯ୍ୟକ୍ରମ ମାଧ୍ୟରେ ଫୁଟବଲର ପ୍ରଚାର ପ୍ରସାର ମଧ୍ୟ କରି ହେଉଛି । ଫୁଟବଲର ଲୋକପ୍ରିୟତାକୁ ନଜରରେ ରଖି ଆଗକୁ ଏଭଳି କିଛି କାର୍ଯ୍ୟକ୍ରମ ଜାରି ରଖିବ ବୋଲି କହିଛି ଓଡିଶା ଫୁଟବଲ କ୍ଲବ ।

Related Articles

Back to top button