କେଶ ପାଇଁ ବରଦାନ ‘ମେଥି’

ମେଥିର ଦାନାରେ ରହିଛି ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ  । କଣ ଆପଣ ଜାଣନ୍ତି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍‌‌ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଆଇରନ, ପ୍ରୋଟିନ୍‌‌ ଓ ଅନ୍ୟ ଭିଟାମିନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା କେଶକୁ ମଜଭୂତ କରିଥାଏ। ତେବେ ଜାଣନ୍ତୁ ମେଥିର କିଭଳି କରିବେ ବ୍ୟବହାର….

-ପ୍ରଥମେ ମେଥି ଦାନାକୁ ରାତିସାରା ବତୁରାଇ ରଖନ୍ତୁ। ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ୧ ଚାମଚ ନଡିଆ ତେଲ ମିଶାଇ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ୨୦ ରୁ ୩୦ ମିନିଟ୍‌‌ ରଖି ଧୋଇ ଦିଅନ୍ତୁ।

-ସେହିପରି ପରଦିନ ମେଥି ଦାନାକୁ ରାତିରେ ବତୁରାଇ ରଖନ୍ତୁ। ପରେ ଭଲ ଭାବେ ପେଷି ଦିଅନ୍ତୁ। ବର୍ତ୍ତମାନ ଏଥିରେ ନଡିଆ ରସ ଓ ଲେମ୍ବୁ ରସ ମିଶାନ୍ତୁ। ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ୍‌‌ ରଖି କେଶକୁ ଧୋଇ ଦିଅନ୍ତୁ।

– ମେଥିକୁ ରାତି ସାରା ପାଣିରେ ବତୁରାଇ ସକାଳେ ପେଷି ଦିଅନ୍ତୁ। ଏବେ ଏଥିରେ ମହୁ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର ମଧ୍ୟ ବ୍ୟବହାର କରିପାରିବେ।

-ମେଥି ଦାନାକୁ ରାତିସାରା ପାଣିରେ ବତୁରାଇ ରଖି ସକାଳେ ପେଷି ଦିଅନ୍ତୁ। ଏଥିରେ ଦହି ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ଏହାକୁ ମଧ୍ୟ ସପ୍ତାହକୁ ଥରେ କିମ୍ବା ୨ ଥର ବ୍ୟବହାର କରିପାରିବେ।

Related Articles

Back to top button