କରୋନା ଭୂତାଣୁର ସବୁଠୁ ଅଧିକ ପ୍ରଭାବ ଲୋକଙ୍କ ଫୁସଫୁସ୍‌ରେ ହେଉଛି

ଲଣ୍ଡନ: ସାରା ବିଶ୍ୱରେ ପ୍ରକୋପ କରିଥିଲା କରୋନା ଭାଇରସ ମହାମାରୀ। ଏବେବି ଅନେକ ଦେଶରେ ଭୂତାଣୁ ଚିହ୍ନଟ ହେଉଥିବା ବେଳେ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେବେ କୋଭିଡ ଭୂତାଣୁର ସବୁଠୁ ଅଧିକ ପ୍ରଭାବ ଲୋକଙ୍କ ଫୁସଫୁସ୍‌ରେ ପକାଉଥିବା ଅଧ୍ୟୟନରୁ ଜଣାପଡିଛି। ଏହି ଅଧ୍ୟୟନ ଅନୁସାରେ କରୋନାରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ହସ୍ପିଟାଲରେ ଭର୍ତ୍ତି ୧୧ ପ୍ରତିଶତ ଲୋକଙ୍କ ଫୁସଫୁସ୍‌ରେ ଡ୍ୟାମେଜ ଥିବା ଓ  ଘା’ ହୋଉଥିବାର ଦେଖାଯାଇଥିବା ଜଣାପଡିଛି।

ଅଧ୍ୟୟନ ଅନୁସାରେ ଫୁସଫୁସରେ ହେଉଥିବା ଘା  ଇରିଭର୍ସେବଲ ହୋଇଥିବା ବେଳେ ସମୟ ସହିତ ଅଧିକ ଖରାପ ହୋଇପାରେ ବୋଲି ମଧ୍ୟ ସତର୍କ କରାଯାଇଛି। କୋଭିଡ-୧୯ ଆକ୍ରାନ୍ତଙ୍କୁ ନେଇ କରାଯାଇଥିବା ଅଧ୍ୟୟନ ଆମେରିକାନ ଜର୍ଣ୍ଣାଲ ଅଫ ରେସ୍ପିରେଟରୀ ଏଣ୍ଡ କ୍ରିଟିକାଲ କେୟାର ମେଡିସିନରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ କୁହାଯାଇଛି ଯେ କୋଭିଡ ରୋଗୀ ଯେଉଁମାନଙ୍କଠାରେ ରୋଗର ଜଟିଳତା ଅଲଗା ଅଲଗା ପ୍ରକାର ଥିଲା, ହେଲେ ସେମାନଙ୍କ ଠାରେ ଫାଇବ୍ରୋଟିକ ଲଙ୍ଗ ଡ୍ୟାମେଜ ଥିବା ଦେଖାଯାଇଥିଲା। ଯାହାକୁ ଇଣ୍ଚରଷ୍ଟିଶିୟଲ ଲଙ୍ଗ ଡିଜିଜ ମଧ୍ୟ କୁହାଯାଇପାରେ । ଏଣୁ ହସ୍ପିଟାଲରୁ ଡିଶ୍ଚାର୍ଯ ହେବା ପରେ ମଧ୍ୟ ଏପରି ରୋଗୀଙ୍କ ଫଲୋଅପ କେୟାରର ଦରକାର ପଡିଥାଏ।

ଇଣ୍ଚରଷ୍ଟିଶିୟଲ ଲଙ୍ଗ ଡିଜିଜରେ ଅନେକ ପ୍ରକାରର ରୋଗ ସାମିଲ ଥାଏ। ଯାହାକୁ ସାଧାରଣରେ ଫୁସଫୁସ୍‌ରେ ଘା ବୋଲି କୁହାଯାଇଥାଏ। ଏଥିରେ ଆଇଡୋପ୍ୟାଥିକ ଲଙ୍ଗ ଫାଇବ୍ରୋସିସ୍ ବି ଥାଏ। ଏପରି ଘା ହେଲେ ରୋଗୀକୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଫୁସଫୁସ ଘା ଇରିଭର୍ସେବଲ ହେବା ସହ ଏହା ସମୟକ୍ରମେ ଅଧିକ ଖରାପ ହୋଇଥାଏ। ମାଗ୍ରେଟ ଟର୍ଣ୍ଣର ବାରବିକ୍ ସେଣ୍ଟର ଫର ଫାଇବ୍ରୋସିଂଗ ଲଙ୍ଗ ଡିଜିଜ ଓ ନ୍ୟାସନାଲ ହାର୍ଟ ଏଣ୍ଡ ଲଙ୍ଗ ଇନିଷ୍ଟିଚ୍ୟୁଟ୍ ଇମ୍ପେରିଆଲ କଲେଜ ଲଣ୍ଡନର ଆଡଭାନ୍ସ ରିସର୍ଚ୍ଚ ଫେଲୋ ତଥା କରସପଣ୍ଡିଂ ଅଥର ଲାଇନ ଷ୍ଟିୱର୍ଟ କହିଛନ୍ତିଯେ ବେମାରୀରୁ ମୁକ୍ତ ହୋଇଥିବା ୧୧ ପ୍ରତିଶତ ରୋଗୀଙ୍କଠାରେ ଫାଇବ୍ରୋଟିକ୍ ପେଟର୍ଣ୍ଣିଂ ମିଳିଛି। ଫଳରେ ଏପରି ରୋଗୀଙ୍କ ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଶ୍ୱାସ ନେବାରେ କଷ୍ଟ ଓ ନିଶ୍ୱାସ ଫୁଲିବା ପରି ସମସ୍ୟା ଦେଖାଯାଉଛି।

Related Articles

Back to top button