ମଣିପୁରରେ ୨ ସପ୍ତାହ ପରେ ୩ଜଣଙ୍କ ହତ୍ୟାକୁ ନେଇ ବଢିଲା ଚିନ୍ତା

ମଣିପୁର ହିଂସା ଗତ ୨ ସପ୍ତାହ ଧରି ଟିକେ ଶିଥିଳ ପଡିଥିବା ବେଳେ ଶୁକ୍ରବାର ଦିନ ପୁଣି ଭୟଙ୍କର ହିଂସା ଦେଖିବାକୁ ମିଳିଛି । ଓଖରୁଲ ଜିଲ୍ଲା ଥୋବଇ ଗାଁରୁ ଶୁକ୍ରବାର ସକାଳେ ୩ଜଣ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ପ୍ରଶ୍ନ ଉଠୁଛି କି କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ମଧ୍ୟରେ ନାଗା ସଂପ୍ରଦାୟ କାହିଁକି ଏଣ୍ଟ୍ରି ମାରିଲା । କାରଣ ଓଖରୁଲ ଜିଲ୍ଲା ନାଂଗଖୁଲ ହେଉଛି ନାଗା ବହୁଳ ଅଞ୍ଚଳ । ଶୁକ୍ରବାର ଦିନ ଏଠାରେ ହିଂସାର ପ୍ରଥମ ଘଟଣା ଦେଖିବାକୁ ମିିଳିଥିଲା ।

ସୂଚନା ଥାଉକି ନାଗା ଓ କୁକୀ ସଂପ୍ରଦାୟ ମଧ୍ୟରେ କୁକୀ ସଂଘର୍ଷର ଇତିହାସ ରହିଛି । ଶେଷଥର ପାଇଁ ୧୯୯୦ ଦଶକରେ ନାଗା ସଂପ୍ରଦାୟ ଓ କୁକୀ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଶହ ଶହ ଲୋକ ମୃତ୍ୟୁବରଣ କରିଥିଲେ । ସେ ସମୟରେ ଜମିବାଡିକୁ ନେଇ ଉଭୟ ସଂପ୍ରଦାୟ ମଧ୍ୟରେ ହିଂସା ଉପୁଜିଥିଲା । ମଣିପୁରର ପାହାଡଗୁଡିକୁ କୁକୀ ସଂପ୍ରଦାୟ ନିଜର ମା’ ବୋଲି ଦାବି କରିଥାଏ । ଏହି ପାହାଡର ବଡ ଅଂଶ ଗ୍ରେଟର ନାଗାଲ୍ୟାଣ୍ଡ ସହ ଓଭରଲ୍ୟାପ ହୋଇଥିଲା । ଏହାକୁ ନାଗା ସଂପ୍ରଦାୟର ଲୋକମାନେ ନିଜର ମାତୃଭୂମି ବୋଲି ଦାବି କରିଥାନ୍ତି । ଏହାକୁ ନେଇ ୯୦ ଦଶକରେ ଉଭୟ ସଂପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥଲା ।

ଏବେ ମଣିପୁରରେ କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ଭିିତରେ ନାଗା ସଂପ୍ରଦାୟର ପ୍ରବେଶ ଏକ ନୂଆ ପ୍ରସଙ୍ଗକୁ ଜନ୍ମ ଦେଇପାରେ । ଏହାକୁ ନେଇ ଶୁକ୍ରବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ କହିଛନ୍ତି କି ରାଜ୍ୟର ସାଧାରଣ ଜନତା ଏକା ସାଥିରେ ଆଗକୁ ବଢିବା ଦରକାର ।

Related Articles

Back to top button