୨୦୨୪ରେ ଭାରତରେ ନିଜର ପ୍ରଥମ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଯାଉଛି ଟେସଲା

ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ ଭେହିକିଲ(EV) ନିର୍ମାତା କମ୍ପାନୀ ଟେସଲା ୨୦୨୪ରେ ଭାରତରେ ନିଜର ପ୍ରଥମ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଯାଉଛି। ଏହି କମ୍ପାନୀର ମାଲିକ ଏଲନ ମସ୍କ ନିକଟରେ ଗୁଜୁରାଟର ଗାନ୍ଧୀ ନଗରରେ ହେବାକୁ ଥିବା ‘ଭାଇବ୍ରାଣ୍ଟ ଗୁଜୁରାଟ ସମିଟ ୨୦୨୩’ରେ ନିଜେ ଉପସ୍ଥିତ ରହି ପ୍ଲାଣ୍ଟର ପ୍ରତିଷ୍ଠା ସମ୍ବନ୍ଧରେ ଘୋଷଣା କରିବେ ବୋଲି ଶୁଣା ଯାଉଛି।

ଭାରତର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ କୁହା ଯାଉଥିବା ଗୁଜୁରାଟରେ ମାରୁତି ସୁଜୁୁକି ଭଳି ଅନେକ ଗାଡି ନିର୍ମାତା କମ୍ପାନୀ ଥିବାବେଳେ ଆସନ୍ତା ବର୍ଷ ଏହି ଲିଷ୍ଟରେ ଆଉ ଏକ ନୂଆ କମ୍ପାନୀର ନାମ ଯୋଡି ହେବାର ସମ୍ଭାବନା ଅଛି। ବିଶ୍ୱର ସର୍ବ ବୃହତ ଇଭି କମ୍ପାନୀ ଟେସଲା ନିଜର ପ୍ଲାଣ୍ଟ ନିର୍ମାଣ ପାଇଁ ସାନନ୍ଦ, ବେଚାରାଜି କିମ୍ବା ଧୋଲେରା ମଧ୍ୟରୁ କୌଣସି ଏକ ସ୍ଥାନରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଇଛୁକ ଅଛନ୍ତି ବୋଲି ମନ୍ତ୍ରୀ ଋଷିକେଶ ପଟେଲ କ୍ୟାବିନେଟରେ କହିଛନ୍ତି। ଏହା ଦ୍ୱାରା ଭାରତର ରପ୍ତାନି ଓ ସାନନ୍ଦ ନିକଟରେ ଥିବା କାଣ୍ଡଲା-ମୁଣ୍ଡରା ବନ୍ଦର ଉପରେ ବେଶ ଅନୁକୂଳ ପ୍ରଭାବ ପଡିବ।

Related Articles

Back to top button