ଶୀତରେ ଖାଆନ୍ତୁ ସବୁଠାରୁ ଟେଷ୍ଟି ଆପଲ୍ ସାଲାଡ଼

ସବୁ ସମୟରେ ସାଲାଡ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ବିଶେଷ କରି ଦ୍ବିପହର ଭୋଜନ ସମୟରେ ନିୟମିତ ଭାବେ ଅଳ୍ପ ପରିମାଣର ସାଲାଡ୍ ଖାଇଲେ ହଜମ ଭଲ ହୋଇଥାଏ। ତେଣୁ ଶୀତରେ ସୁସ୍ଥ ରହିବା ପାଇଁ ଏବେ ପ୍ରସ୍ତୁତ କରନ୍ତୁ ଏକ ସୁସ୍ବାଦୁ ସାଲାଡ। ସାଧାରଣ ସାଲାଡ୍‌ଠାରୁ ଏହାର ସ୍ବାଦ ଭଲ ହେବା ସହ ଏହା ଶରୀରକୁ ମଧ୍ୟ ଶକ୍ତି ଯୋଗାଏ ।

ପ୍ରଥମେ ସେଓର ଚୋପା ଛଡ଼ାଇ ଛୋଟଛୋଟ କରି କାଟିନେବେ। ଏକ ପାତ୍ରରେ କଟା ସେଓ ରଖି ସେଥିରେ ଚିମୁଟାଏ କଳା ଲୁଣ, ଚିମୁଟାଏ ଲାଲ ଲଙ୍କା ଗୁଣ୍ଡ, ୧ ଚାମଚ ଜିରା ଗୁଣ୍ଡ, ୧ଚାମଚ ଚାଟ୍ ମସଲା, ଅଧ ଚାମଚ ଲେମ୍ବୁ ରସ ଓ ଅଳ୍ପ ମହୁ ନେଇ ଭଲରେ ମିଶାଇନେବେ। ଦିନବେଳା ଭାତ, ଡାଲି, ତରକାରି ସହ ଏଇ ସେଓ ଚାଟ୍ ସାଲାଡ୍ ଖାଇପାରିବେ।

ଇଉରୋପୀୟ ରାଷ୍ଟ୍ରରେ ସେଓର ଏଭଳି ସାଲାଡ୍‌ ଖାଦ୍ୟପ୍ରେମୀଙ୍କ ଖୁବ୍ ପ୍ରିୟ। ବ୍ରୋକୋଲି ଓ ଗାଜରକୁ ପ୍ରଥମେ ଛୋଟ ଆକାରରେ କାଟି ରଖିବେ। ସେଥିରେ ସେଓ ଗୋଟିଏକୁ ପତଳା କାଟି ମିଶାଇବା ପରେ ମାୟୋନିଜ୍ ୧ଚାମଚ, ଦହି ଅଳ୍ପ, ଲେମ୍ବୁ ରସ, ଚିନି ୧ଛୋଟ ଚାମଚ, ଗୋଲ ମରିଚ ଗୁଣ୍ଡ ଅଧ ଚାମଚକୁ ଭଲରେ ଗୋଳାଇନେବେ। ୫ ମିନିଟ୍ ଘୋଡ଼ାଇ ରଖିବା ପରେ ଏଇ ସାଲାଡ୍ ଖାଇବେ। ଏକ ବଡ଼ ପାତ୍ରରେ ୨ଚାମଚ ଅଲିଭ ତେଲ ନେଇ ସେଥିରେ ଅଧ ଚାମଚ ଲେମ୍ବୁ ରସ, ୧ଚାମଚ ମହୁ, ଲୁଣ, ଗୋଲମରିଚ ଗୁଣ୍ଡ ୧ଚାମଚ ଭଲରେ ମିଶ୍ରଣ କରିବେ। ପାଳଙ୍ଗ ପତ୍ରକୁ ଚୂନାଚୂନା କାଟି ରଖି ସେଓ ମଧ୍ୟ କାଟିନେବେ। ଘରେ ପନିର୍ ଥିଲେ, କାଟି ବ୍ୟବହାର କରିପାରିବେ। ସମସ୍ତ ସାମଗ୍ରୀକୁ ମିଶାଇ ସାଲାଡ୍ ଭାବେ ଖାଆନ୍ତୁ। ବିଭିନ୍ନ ପ୍ରକାରର ସେଓର ଏଭଳି ସାଲାଡ୍ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତ ବଢ଼ିଥାଏ

Related Articles

Back to top button