ବିକ୍ରି ହେବ ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ

ନୂଆଦିଲ୍ଲୀ: ୱାର୍ଲ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ ବିକ୍ରି ହୋଇଯିବା ପରିସ୍ଥିତି ସୃଷ୍ଟି ହୋଇଛି । ଏରୀ ଇମାନୁଏଲର ଏଣ୍ଡୱେର ଗ୍ରୁପ ଡବ୍ଲ୍ୟୁଡବ୍ଲ୍ୟୁଇକୁ କିଣିବା ନିମନ୍ତେ ପ୍ରାୟତଃ ଚୂଡାନ୍ତ ହୋଇଯାଇଛି । ଏଣ୍ଡୱେର ଗ୍ରୁପ ଅଲ୍ଟିମେଟ ଫାଇଟିଂ ଚାମ୍ପିୟନଶିପର ପ୍ୟାରେଂଟ କମ୍ପାନୀ । ଡବ୍ଲ୍ୟୁଡବ୍ଲ୍ୟୁଇ ଭାରତରେ ଲୋକପ୍ରିୟତା ଦେଖି ଡବ୍ଲ୍ୟୁଡବ୍ଲ୍ୟୁଇ ଇଣ୍ଡିଆର ସ୍ଥାପନ କରିଥିଲା । ଅଣ୍ଡରଟେକର, ଜନଶୀନା, ଟ୍ରିପଲ ଏଚ, ରେଣ୍ଡି ଆର୍ଟିନ ପରି ରେସଲର୍ସ ଦର୍ଶକଙ୍କୁ ଦୀର୍ଘ ଦିନ ଧରି ବେଶ ରୋମାଂଚ ପ୍ରଦାନ କରି ଆସିଛନ୍ତି । ରିପୋର୍ଟ ମୁତାବକ ଏଣ୍ଡୱେର ଶେୟାରହୋଲ୍ଡର୍ସଙ୍କୁ ଡବ୍ଲ୍ୟୁଡବ୍ଲ୍ୟୁଇ କମ୍ପାନୀର ୫୧ ପ୍ରତିଶତ ଅଂଶଧନ ମିଳିପାରେ ।

ଡବ୍ଲ୍ୟୁଡବ୍ଲ୍ୟୁଇ ଶେୟାର ଯାହା ଚଳିତ ବର୍ଷ ୩୦ ପ୍ରତିଶତ ବୃଦ୍ଧି ପାଇଥିଲା ଶୁକ୍ରବାର ୯୧.୨୬ ଡଲାରରେ ବନ୍ଦ ହୋଇଛି । ଯାହା ଫଳରେ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେଶନ ୬.୮ ବିଲିୟନ ଡଲାରକୁ ଖସି ଆସିଛି । ମିଡିଆ ରିପୋର୍ଟସ ଅନୁସାରେ ଏଣ୍ଡୱେରର ମାର୍କେଟ ଭାଲ୍ୟୁ ୧୧.୩ ବିଲିୟନ ଡଲାର । କମ୍ପାନୀ ହଲିଉଡର ପାୱାର ବ୍ରୋକର ଏରୀ ଇମାନୁଏଲଙ୍କ ନେତୃତ୍ୱରେ କମ୍ପାନୀ ୨୦ରୁ ଅଧିକ ଶେୟାର କିଣି ସାରିଛି । ଏଥର ତାଙ୍କ ନଜର ଡବ୍ଲ୍ୟୁଡବ୍ଲ୍ୟୁଇ ଉପରେ ରହିଛି ।

Related Articles

Back to top button