୨ ମାସ ତଳେ ଥିଲା ୨୦୦, ଏବେ ୩ ଟଙ୍କା

ଟମାଟୋକୁ ନେଇ ବଡ଼ ବିଚିତ୍ର ସ୍ଥିତି ଉପୁଜିଛି । ୨ ମାସ ତଳେ ଟମାଟୋ କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ କିଲୋ ଖସିଆସିଛି ୩ ଟଙ୍କାକୁ । ମାତ୍ର ୨ ମାସ ଭିତରେ ସ୍ଥିତି ପୂରା ବିପରୀତ ହୋଇଯାଇଛି । ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଛି ଏହିଭଳି ସ୍ଥିତି । କୁନୁଲ ଓ ନଦ୍ୟାଲ ଜିଲ୍ଲାରେ ଏତେ ଟମାଟୋ ଉତ୍ପାଦନ ହେଉଛି ଯେ ଦର ପୂରା କମିଯାଇଛି । ୨୫ କେଜିଆ ଟମାଟୋ ବାକ୍ସର ଦାମ୍‌ ପହଞ୍ଚିଛି ୭୦ ଟଙ୍କାରେ । ହତାଶ ହୋଇ ରାସ୍ତାରେ ଟମାଟୋ ଢ଼ାଳିଛନ୍ତି ଚାଷୀ । ଚାଷୀମାନେ କହିଛନ୍ତି, ଟମାଟୋର ତୋଳା ମଜୁରୀ ବି ଉଠୁନି । ୫ ଏକର ଜମିରେ ଟମାଟୋ ଚାଷ କରିଥିବା ଚାଷୀ ହଜାର ଟଙ୍କା ଲାଭ ବି ପାଉନାହାନ୍ତି । ତୋଳା ବାବଦରେ ଦୈନିକ ୪୦୦ ଟଙ୍କା ଖର୍ଚ୍ଚା କରୁଛନ୍ତି କି ଟମାଟୋ ବିକିଲେ ସେ ମଜୁରୀ ବି ଉଠୁନି ।

ଟମାଟୋ ମୂଲ୍ୟ ହ୍ରାସ ପାଇଥିବାରୁ ଚଳିତ ମାସରେ ନିରାମିଷ ଥାଳି ଶସ୍ତାରେ ଉପଲବ୍ଧ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ଆକଳନ କରିଛି। ଏବେ ଟମାଟୋର କେଜି ପିଛା ଦାମ୍ ୩୦-୪୦ ଟଙ୍କା ପାଖାପାଖି ରହିଛି। ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କାର ହ୍ରାସ ହେବ, ପନିପରିବା ଦାମ୍ କମିବା ଆଦି କାରଣରୁ ନିରାମିଷ ଥାଳି ଦାମ୍ କମିବ ବୋଲି ଆକଳନ କରାଯାଇଛି। ଗତ ଅଗଷ୍ଟରେ ଟମାଟୋ ପ୍ରଭାବରେ ଗତ ମାସରେ ନିରାମିଷ ଥାଳି ୨୪ ପ୍ରତିଶତ ମହଙ୍ଗା ହୋଇଥିଲା। ଆମିଷ ଥାଳିରେ ୧୩ ପ୍ରତିଶତ ବୃଦ୍ଧି ଘଟିଥିଲା। ନିରାମିଷ ଥାଳିରେ ହୋଇଥିବା ବୃଦ୍ଧିର ୨୧ ପ୍ରତିଶତ କେବଳ ଟମାଟୋ ପାଇଁ ହୋଇଥିଲା। ‌ସେହି ସମୟରେ ଦେଶର ଅଧିକାଂଶ ସ୍ଥାନରେ ଟମାଟୋମ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଥିଲା।ଆମିଷ ଥାଳିରେ ବ୍ରଏଲର କୁକୁଡ଼ା ମାସର ଭାଗ ୫୦ ପ୍ରତିଶତରୁ ଅଧିକ ରହୁଛି। ସେହି ମାଂସ ଦାମ୍‌ରେ ବିଶେଷ ବୃଦ୍ଧି ହୋଇନଥିବାରୁ ଆମିଷ ଥାଳି ମୂଲ୍ୟରେ ବୃଦ୍ଧି କମ୍ ରହିଥିଲା। ତେବେ ଅଗଷ୍ଟ ଖାଇବା ତେଲ ଦାମ୍‌ରେ ୧୭ ପ୍ରତିଶତ ଓ ଆଳୁ ମୂଲ୍ୟରେ ୧୪ ପ୍ରତିଶତ ହ୍ରାସ ହୋଇଥିବାରୁ ଦରବୃଦ୍ଧି କିଛିଟା ନିୟନ୍ତ୍ରଣରେ ରହିଥିଲା

Related Articles

Back to top button