ଆାସନ୍ତାକାଲି ସକାଳ ୮ଟାରେ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି, ୨୩ ରାଉଣ୍ଡରେ ହେବ ପୂରା ପ୍ରକ୍ରିୟା

ଭୁବନେଶ୍ୱର: ଆାସନ୍ତାକାଲି ହେବ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । କେମିତି ହେବ ଗଣତି, କଣ ହୋଇଛି ବ୍ୟବସ୍ଥା ସେ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲାେହାନୀ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ,  ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା ।ଆରଏମସି ୟାର୍ଡ ପଦମପୁରରେ ଭୋଟ ଗଣନା କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବ ।   ୮ଟା ୩୦ରେ ଆରମ୍ଭ ହେବ ଇଭିଏମର ଗଣତି ।  ୨୩ ରାଉଣ୍ଡରେ ହେବ ପୂରା ଗଣତି ପ୍ରକ୍ରିୟା । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ ।

ବର୍ତ୍ତମାନ ସୁଦ୍ଧା ୨୯୬ ପୋଷ୍ଟାଲ ବାଲାଟ ଆସିଛି । ଆରୋ ଟେବୁଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ ।  ମାଟ ୩୧୯ ବୁ୍‌ଥର କାଉଣ୍ଟି ୧୪ଟି ଟେବୁଲରେ ହେବ । ବୁଥ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡରେ ଗଣତି ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Related Articles

Back to top button