ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ଯୋଜନା କରୁଛି ସାଉଦି ଆରବ

ରିୟାଦ: ସାଉଦି ଆରବ ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସବୁଠାରୁ ଲୋକପ୍ରିୟ ଆଇପିଏଲର ଫ୍ରାଂଚାଇଜରଙ୍କ ସହ ମଧ୍ୟ ଯୋଗାଯୋଗ କରିବା ଆରମ୍ଭ କରାଯାଇଛି । ଫୁଟବଲ ଓ ଫର୍ମୂଲା ୱାନ ପରେ ଏବେ ସାଉଦି ଆରବର ନଜର କ୍ରିକେଟ ଉପରେ ରହିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିଜ ଦେଶର ଖେଳାଳିମାନଙ୍କୁ ବିଦେଶରେ କୌଣସି ଲିଗ ଖେଳି ନ ପାରିବା ନେଇ କଟକଣା ଲଗାଇଛି । ସାଉଦି ଆରବର ଲୋଭନୀୟ ପ୍ରସ୍ତାବ ପରେ ବିସିସିଆଇ ଏହି କଟକଣା ଉଠାଇବା ପାଇଁ ବିଚାର କରୁଛି । ତେବେ ସାଉଦି ଆରବକୁ ଏଥିପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରୁ ଅନୁମତି ଆଣିବାକୁ ପଡିବ । ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କେଲ ମଧ୍ୟ ସାଉଦି ଆରବ କ୍ରିକେଟ ପାଇଁ ଭଲ କାମ କରିବ ବୋଲି ସୂଚନା ଦେଇ ସାରିଛନ୍ତି ।

Related Articles

Back to top button