ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଇମ୍ରାନ୍‌ ଖାଁ

‘ସାଇଫର୍‌’ ମାମଲାରେ ଏକ ସ୍ବତନ୍ତ୍ର ଅଦାଲତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଆଉ ୨ ସପ୍ତାହ ବୃଦ୍ଧି କରିବାରୁ ସେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ବୋଲି ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ‘ସାଇଫର୍‌’ ମାମଲା ହେଉଛି ଗୋପନୀୟ କୂଟନୈତିକ ‘କେବୁଲ୍‌ ମେସେଜ୍‌’ ଲିକ୍‌ କରି ତାଙ୍କ ସରକାର ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର ହୋଇଥିଲା ବୋଲି କରାଯାଇଥିବା ଅଭିଯୋଗ।

‘ଜିଓ ନିଉଜ୍‌’ ରିପୋର୍ଟ ଅନୁସାରେ, ମାମଲାର ଶୁଣାଣି ପାଇଁ ପଞ୍ଜାବ ପ୍ରଦେଶର ଆଟ୍ଟୋକ୍‌ ଜେଲ୍‌ରେ ପହଞ୍ଚିଥିବା ବିଚାରପତି ଅବୁଅଲ୍‌ ହସ୍‌ନତ୍‌ ଜୁଲକ୍ବାରାନାନି ‘ସାଇଫର୍‌’ ମିଳୁ ନ ଥିବା ମାମଲାରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଅଗଷ୍ଟ ୫ ତାରିଖରେ ଜିଲ୍ଲା ଅଦାଲତ ତୋଶାଖାନା ମାମଲାରେ ଖାଁଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡାଦେଶ କରିଥିଲେ। କିନ୍ତୁ, ଇସ୍‌ଲାମାବାଦ ହାଇକୋର୍ଟ ଏହି ଦଣ୍ଡାଦେଶକୁ ରଦ୍ଦ କରି ତାଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଥିବା ବେଳେ ‘ସାଇଫର୍‌’ ମାମଲା ପାଇଁ ସେ ଜେଲ୍‌ରେ ଥିଲେ।

ଏହି କେବୁଲ୍‌ ହଜିବା ଘଟଣାରେ ଦୀର୍ଘ ଦିନରୁ ଖାଁ’ଙ୍କୁ ‘ବିଦେଶୀ ଷଡ଼ଯନ୍ତ୍ର’ କରିଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ମାମଲାରେ ସୋମବାର ଦିନ ମଧ୍ୟ ଅଦାଲତ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେସିଙ୍କ ରିମାଣ୍ଡ୍‌ ୨ ଦିନ ବୃଦ୍ଧି କରିଥିଲେ। ତାଙ୍କୁ ଅଗଷ୍ଟ ୧୯ ତାରିଖରେ ଗିରଫ କରାଯାଇଥିଲା।

Related Articles

Back to top button