ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୂଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହେଲେ ଜେରେମୀ ଫରାର

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(WHO)ର ମୂଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଛନ୍ତି ଜେରେମୀ ଫରାର । ତାଙ୍କ ପୂର୍ବରୁ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଝିଅ ସୌମ୍ୟା ସ୍ୱାମୀନାଥନ ଏହି ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସିଥିଲେ । ସୂଚନାଯୋଗ୍ୟ, ଏମଏସ ସ୍ୱାମୀନାଥନଙ୍କୁ ଭାରତର ସବୁଜ କ୍ରାନ୍ତିର ଜନକ କୁହାଯାଏ । କରୋନା ମହାମାରୀର ପରର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ଜେରେମୀଙ୍କ ନେତୃତ୍ୱରେ ସାମ୍ନା କରାଯିବ ବୋଲି ହୂ ପକ୍ଷରୁ କୁହାଯାଇଛି । ସ୍ୱାମୀନାଥନ ନଭେମ୍ବରରେ ଏହି ଦାୟିତ୍ୱରୁ ମୁକ୍ତ ହୋଇଥିଲେ ।

WHOର ମହା ନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଘେବ୍ରିୟସସଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଜେରାମୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଜଣେ ଭଲ କ୍ଲିନିକାଲ ବୈଜ୍ଞାନିକ ଏବଂ ୱେଲକମ ଟ୍ରଷ୍ଟର ନିର୍ଦ୍ଦେଶକ ମଧ୍ୟ ଥିଲେ । ଜୀବନ ରକ୍ଷକ ବିଜ୍ଞାନ ଏବହ ନୂତନ ପ୍ରୟୋଗ ମାଧ୍ୟମରେ ବିଶ୍ୱବାସୀଙ୍କ ସୁବିଧା ପାଇଁ ଯେଉଁ କାର୍ଯ୍ୟ ଏବଂ ଗବେଷଣା କରାଯାଉଛି ସେଥିରେ ଜେରାମୀଙ୍କ ଉପସ୍ଥିତି ଆମକୁ ଫାଇଦାରେ ରଖିବ ବୋଲି WHO ପକ୍ଷରୁ କୁହାଯାଇଛି ।

Related Articles

Back to top button