ଉତ୍ତରପ୍ରଦେଶରେ ନଦୀ ଗର୍ଭକୁ ଟ୍ରାକ୍ଟର ଡାଲା ଖସି ପଡିବାରୁ ୧୩ ଜଣଙ୍କର ମୃତ୍ୟୁ

ଶାହାଜହାଁପୁର: ଉତ୍ତର ପ୍ରଦେଶରେ ଏ ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଶାହଜହାଁପୁର ଅଞ୍ଚଳରେ ଘଟିଛି । ବ୍ରିଜ ଉପରେ ଯାଉଥିବାବେଳେ ଏକ ଟ୍ରକ୍ଟରର ଟ୍ରଲି ରେଲିଂ ଭାଙ୍ଗି ନଦୀ ଭିତରକୁ ଖସି ପଡିଛି ।  ଏହି ଟ୍ରାକ୍ଟର ଟ୍ରଲିରେ ବସି ଲୋକମାନେ ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ ।

ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କୁ ମିଶାଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ହେଲେ ଏସପିଙ୍କ ସୂଚନାନୁସାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଶ୍ରଦ୍ଧାଳୁମାନେ ଏକ ଧାର୍ମିକ କାମ ପାଇଁ ଗର୍ରା ନଦୀରୁ ପାଣି ଭରିବାକୁ ଆସଥିଲେ । ଏହି ଡାଲାରେ ପ୍ରାୟ ୪୦ରୁ ଅଧିକ ମହିଳା ଓ ଶିଶୁ ବସିଥିଲେ । ହଠାତ ତିଲହରର ବିରସିଂହପୁର ବ୍ରିଜ ଉପରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇଥିଲା  । ଫଳରେ ଟ୍ରଲି  ନଦୀଗର୍ଭକୁ ଖସି ପଡିଥିଲା । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ସନୋରା ଗାଁର । ଗାଁରେ ଯଜ୍ଞ ହେଉଥିଲା । ଏହି ଯଜ୍ଞ ପାଇଁ କଳସ ଧରି ଏହି ମହିଳା ଓ ଶିଶୁ ଶ୍ରଦ୍ଧାଳୁମାନେ ଆସିଥିଲେ । ଅଧିକାଂଶ ଲାେକ ଟ୍ରାକ୍ଟର ତଳେ ଚାପି  ହୋଇ ଯାଇଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀ ଗଭୀର ଖୁଃଖ ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, ଶନିବାର ଭୋର ୪.୩୦ ସମୟରେ ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲା ପୁଣେ-ରାୟଗଡ଼ ବର୍ଡରରେ ଏକ ବସ୍‌ ଦୁର୍ଘ ଘଟଣାରେ  ୧୩ ଜଣଙ୍କର ମୃତ୍ୟୁ ଘଟିଥିଲ। ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲାରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି।

Related Articles

Back to top button