ମଣିପୁରରେ ପୁଣି ବୋମା ଓ ଗୁଳିମାଡ଼ : ୪ ପୋଲିସ ଗୁରୁତର

ମଣିପୁର ତେଙ୍ଗୋପାଲ ଜିଲ୍ଲାର ମୋରେହ ସହରରେ ପୋଲିସ ଓ ଉଗ୍ରବାଦୀ ମୁହାଁମୁହିଁ । ବୋମା ଓ ଗୁଳିମାଡ଼ରେ ୪ ଜଣ ପୋଲିସ ଗୁରୁତର ଆହତ ହୋଇଥିବା ନେଇ ସୂଚନା । ଯାହା ପରେ ସାରା ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ‌ଥୌବାଲ ଜିଲ୍ଲାର ଲିଲୋଙ୍ଗ ଅଞ୍ଚଳରେ ଅଜଣା ବନ୍ଧୁକଧ‌ାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷରେ ୪ ଜଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଯାହାର ଗୋଟିଏ ଦିନ ପରେ ଏପରି ଘଟଣା ଘଟିଥିବା ପରେ ସବୁଠି ଚହଳ ସୃଷ୍ଚି ହୋଇଛି ।

ମିଆଁମାର ସୀମା ନିକଟସ୍ଥ ମୋରେହ ଅଭିମୁଖେ ଯାଉଥିବା ବେଳେ କିଛି ବନ୍ଧୁକଧାରୀମାନେ ପୋଲିସ କମାଣ୍ତୋଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଦୁଇ ପଟୁ ଗୁଳି ଗୁଳିମାଡ଼ ହେବା ସବ ୪ଟି ବୋମା ମାଡ଼ ହୋଇଥିଲା । ସେପଟେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବନ୍ଧୁକଧାରୀମାନେ ରାଜ୍ୟ କମାଣ୍ଡୋଙ୍କ ଆରପିଜି ଉପରେ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ବିଏସ୍‌ଏଫ୍‌ ଯବାନ ଆହତ ହୋଇଥିବା ନେଇ ଖବର ରହିଛି ।ସମସ୍ତ ଆହତ ପୋଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଆସାମ ରାଇଫଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ବିଏସ୍‌ଏଫ୍ ଯବାନଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଇମ୍ପାଲ ସ୍ଥାନାନ୍ତର କରାଯାଇଥିବା ନେଇ ଖବର ରହିଛି ।

Related Articles

Back to top button