ଜନ ଗଣ ମନ ସହ ଓଁ ଜୟ ଜଗଦୀଶ ହରେ ଗାଇଲେ , ମୋଦୀଙ୍କ ପାଦ ଛୁଇଁ ଆଶିର୍ବାଦ ନେଲେ ବିଦେଶିନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଦିବସୀୟ ଆମେରିକା ଗସ୍ତରେ ଯାଇ ଆମେରିକାବାସୀଙ୍କ ମନ ଜିତିନେଇଛନ୍ତି । ଏହା କିଛି ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି । ୱାଶିଂଟନ୍ ରୋନାଲ୍ଡ ରିଗନ୍ ସେଣ୍ଟରରେ ଆମେରିକୀୟ ଭାରତୀୟଙ୍କୁ ସମ୍ବୋଧନ କରୁଥିଲେ ମୋଦୀ । କାର୍ଯ୍ୟକ୍ରମ ଶେଷରେ ଆମେରିକାର ଲୋକପ୍ରିୟ ସିଙ୍ଗର ମେରୀ ମିଲବେନ୍ ଭାରତର ଜାତୀୟ ସଙ୍ଗୀତ ଗାଇଥିଲେ । ଏହାପରେ ମୋଦୀଙ୍କ ପାଖକୁ ଆସି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଆଉ ପ୍ରତିକ୍ରିୟାରେ କହିଥିଲେ ‘ ମୋଦୀ ଜଣେ ଦୟାଳୁ ଏବଂ ସାନଦାର ବ୍ୟକ୍ତିତ୍ୱ’ । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏତିକିରେ ଭାରତ ମାତା କି ଜୟ ଓ ମୋଦୀଙ୍କ ନାରାରେ କମ୍ପିଥିଲା ପୁରା ହଲ୍ । ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି ବୋଲି କହିଛନ୍ତି ସିଙ୍ଗର ମେରୀ ମିଲବେନ୍ ।

Related Articles

Back to top button