ଆହୁରି ୩ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଅତି ଘନ କୁହୁଡି

ଆହୁରି ୩ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଅତି ଘନ କୁହୁଡି । ଗାଡି ଆଗକୁ ଦେଖିବା ବି ହେବ କଷ୍ଟକର। ଆଜି ଘନ କୁହୁଡ଼ି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟ ସବୁଠି ପାଗ ଶୁଖିଲା ରହିବ। ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲୋକଙ୍କୁ ନାକେଦମ କରିଛି। ଢେଙ୍କାନାଳ ଓ ତାଳଚେରରେ ଅତିଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତାର ଯଥାକ୍ରମେ ୩୦ ମିଟର ଓ ୪୦ ମିଟର ରହିଥିଲା। ୭ଟି ସ୍ଥାନରେ ଘନ କୁହୁଡି ଅର୍ଥାତ୍‌ ସୋନପୁର, ଫୁଲବାଣୀ, କୋରାପୁଟ ଓ ଖୋର୍ଦ୍ଧାରେ ଦୃଶ୍ୟମାନର ଦୂରତା ୫୦ ମିଟର, କଟକରେ ୮୦ ମିଟର, ଅନୁଗୁଳରେ ୧୦୦ ମିଟର ଓ କେନ୍ଦ୍ରାପଡାରେ ୧୫୦ ମିଟର ଥିଲା।

Related Articles

Back to top button