ଭାରତର ପାଞ୍ଚ ଖେଳାଳିଙ୍କୁ ଆଜୀବନ ସଦସ୍ୟତା ଦେଲା ମେଲର୍ଣ୍ଣ କ୍ରିକେଟ୍ କ୍ଲବ୍‌

ନୁଆଦିଲ୍ଲୀ: ମେଲର୍ଣ୍ଣ କ୍ରିକେଟ୍ କ୍ଲବ୍‌(ଏମସିସି) ଭାରତର ପାଞ୍ଚ ଖେଳାଳିଙ୍କୁ ନିଜ କ୍ଲବରେ ଆଜୀବନ ସଦସ୍ୟତା ସମ୍ମାନ ପ୍ରଦାନ କରିଛି । ଏମସିସି ବିଶ୍ୱକପ ବିଜେତା ଅଧିନାୟକ ଏମଏସ୍ ଧୋନୀଙ୍କୁ ମଧ୍ୟ ଆଜୀବନ ସଦସ୍ୟତା ପ୍ରଦାନ କରିଛି । କ୍ଲବ୍ ଭାରତର ଯୁବରାଜ ସିଂହ, ସୁରେଶ ରୈନାଙ୍କ ସମେତ ଅନ୍ୟ ୧୯ ଜଣ ପୁରୁଷ ଏବଂ ମହିଳା ଖେଳାଳିଙ୍କୁ ସମ୍ମାନିତ କରିଛି । ଦୁହେଁ ଧୋନୀଙ୍କ ସହିତ ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିଲେ ।

ଏହି ତାଲିକାରେ ପୁର୍ବତ୍ତନ ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଏବଂ ମହିଳା ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ୍ ନେଇଥିବା ଝୁଲଣ ଗୌସ୍ୱାମୀ ମଧ୍ୟ ସାମିଲ ଅଛନ୍ତି । ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତ ଏବଂ ଇଂଲଣ୍ଡର ପାଞ୍ଚଜଣ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି ।

Related Articles

Back to top button