ଟାଇଟାନିକର ଅବଶେଷ ଦେଖିବା ପାଇଁ ଯାଇ ହେଲା ମୃତ୍ୟୁ 

ନୂଆଦିଲ୍ଲୀ: ଟାଇଟାନିକର ଅବଶେଷ ଦେଖିବା ପାଇଁ ଯାଇ ହେଲା ମୃତ୍ୟୁ । ଏନେଇ ଆମେରିକା କୋଷ୍ଟ ଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆଟଲାଂଟିକ ମହାସାଗରରେ ଟାଇଟାନିକର ଭଗ୍ନାବଶେଷର ୪୮୮ ମିଟର ଦୂରରେ କିଛି ଭଗ୍ନାବଶେଷ ମିଳିଥିଲା । ଯାଂଚ ପରେ ଏହା ନିଖୋଜ ହୋଇଯାଇଥିବା ଟାଇଟନ ବୁଡାଜାହାଜର ବୋଲି ସୂଚନା ଦେଇଛି ଆମେରିକା କୋଷ୍ଟ ଗାର୍ଡ । ଏହା ସହ ବୁଡାଜାହାଜ ଚଳାଉଥିବା କମ୍ପାନୀ ଓସେନଗେଟ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି ।

ବୁଡ଼ାଜାହାଜରେ ଥିବା ୫ଜଣଙ୍କ ପରିବାରକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ‘କାଟାଷ୍ଟ୍ରଫିକ ଇମପ୍ଲୋସନ’ ଯୋଗୁଁ ଏହି ବୁଡ଼ାଜାହାଜ ଦୁର୍ଘଟଣାର ଶିକାର ହୋଇଥିବା କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି । ‘କାଟାଷ୍ଟ୍ରଫିକ ଇମପ୍ଲୋସନ’ ଅର୍ଥାତ ବୁଡାଜାହାଜ ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେବା ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୯୧୨ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟାଇଟାନିକର ଅବଶେଷ ଦେଖିବା ପାଇଁ ଗତ ୧୮ତାରିଖରେ ଟାଇଟନ ବୁଡ଼ାଜାହାଜରେ ୫ଜଣ ଯାଇଥିଲେ ।

ବୁଡାଜାହାଜ ପାଣିରେ ଯିବାର ମାତ୍ର କିଛି ଘଣ୍ଟା ଭିତରେ ଏହାସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏବଂ ଏଥିରେ ଥିବା ୫ଜଣଙ୍କର କୌଣସି ପତ୍ତା ମିଳିନଥିଲା । ଏମାନଙ୍କୁ ଠାବ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ମଧ୍ୟ ଚାଲିଥିଲା । କିନ୍ତୁ ଏହାର ଭିତରେ ଟାଇଟାନିକର ଅବଶେଷ ଥିବା ସ୍ଥାନ ନିକଟରେ କିଛି ଅନ୍ୟ ଅବଶେଷ ଦେଖିବାକୁ ମିଳିଥିଲା ଯାହାକି ସେହି ନିଖୋଜ ଟାଇଟନ ବୁଡାଜାହାଜର ।

Related Articles

Back to top button