ମସ୍କୋ ଉପରେ ୟୁକ୍ରେନର ବଡ ଆକ୍ରମଣ

ରୁଷ୍ ଉପରେ ୟୁକ୍ରେନର ବଡ଼ ଆକ୍ରମଣ । ବିଳମ୍ବିତ ରାତିରେ ରୁଷର ରାଜଧାନୀ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ । ପ୍ରଥମଥର ପାଇଁ ରୁଷ୍ ଉପରେ ୟୁକ୍ରେନ ଏଭଳି ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ୟୁକ୍ରେନ ଅନେକଥର ମସ୍କୋ ଉପରେ ଏୟାର ଷ୍ଟ୍ରାଇକ କରିଛି, କିନ୍ତୁ ପ୍ରତିଥର ଏହାକୁ ପ୍ରତିହତ କରିବାରେ ସଫଳ ରହିଥିଲା ରୁଷ ।

ଆକ୍ରମଣ ପରେ ରୁଷର ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରିଦେଇଛି । ସେଠାରୁ ଉଡ଼ାଣ କରିବା ଏବଂ ଅବତରଣ ହେବାକୁଥିବା ବିମାନକୁ ରି-ଡାଇରେକ୍ଟ କରିଦେଇଛି । ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଂଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଆକ୍ରମଣକୁ ନେଇ ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ଯେ ଅଧ ରାତିରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ମେୟର ସୂଚନା ଦେଇଛନ୍ତି ।

Related Articles

Back to top button