ଏକ୍ସ ମାଧ୍ୟମରେ କରିପାରିବେ ଅଡିଓ ଓ ଭିଡିଓ କଲ୍

ଅଡିଓ ଓ ଭିଡିଓ କଲ ପାଇଁ ସର୍ବାଧିକ ଲୋକ ହ୍ୱାଟସପ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କଲ କରିବା ପାଇଁ ହ୍ୱାଟସପ ହେଉଛି ଏକ ଲୋକପ୍ରିୟ ଆପ୍ । ହେଲେ ଏଲନ୍ ମସ୍କ ଏବେ ହ୍ୱାଟସପ ଠାରୁ ଆଗକୁ ରହିବାକୁ ଚେଷ୍ଟା କରିଛନ୍ତି । ସେ ଏକ୍ସ ମାଧ୍ୟମରେ ଅଡିଓ ଓ ଭିଡିଓ କଲ କରାଯାଇପାରିବ ବୋଲି ଘୋଷଣା କରିଛନ୍ତି ।

ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ଏବେ ଏକ୍ସ ମାଧ୍ୟମରେ ଲୋକମାନେ ଅଡିଓ ଓ ଭିଡିଓ କଲ କରିପାରିବେ । ଏହି ସୁବିଧା ଆଇଓଏସ, ଆଣ୍ଡ୍ରଏଡ, ମ୍ୟାକ୍ ଓ ପିସିରେ ଉପଲବ୍ଧ ହେବ । ଏନେଇ ଆପଣଙ୍କୁ କୌଣସି ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ ।

କହିରଖୁ କି ଏକ୍ସର ଡିଜାଇନର ଆଣ୍ଡିଆ କୋନୱେ କିଛିଦିନ ତଳେ ସୂଚନା ଦେଇଥିଲେ କି ଏକ୍ସ ପ୍ଲାଟଫର୍ମରେ କଲିଂ ଫିଚର ଆସିବାକୁ ଯାଉଛି । ଏନେଇ ସେ ଅଗଷ୍ଟ ୧୦ ତାରିଖରେ ସୂଚନା ଦେିଥିଲେ । ସେପଟେ କଲିଂ ଫିଚରକୁ ନେଇ ଏବେ ମେଟା ଟେନସନରେ ପକାଇଛନ୍ତି ଏଲନ୍ ମସ୍କ । କାରଣ ଏହି ସୁବିଧା କେବଳ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସପରେ ଉପଲବ୍ଧ ଥିଲା ।

Related Articles

Back to top button