‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ଟେଷ୍ଟ୍‌ ମ୍ୟାଚ୍‌ରେ ୨୮ତମ ଟେଷ୍ଟ୍‌ ଶତକ ହାସଲ କଲେ ବିରାଟ କୋହଲି

ଅହମଦାବାଦ: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ଟେଷ୍ଟ୍‌ମ୍ୟାଚ୍‌ର ଆଜି ୪ର୍ଥ ଦିନରେ ଭାରତର ପ୍ରଖ୍ୟାତ ବ୍ୟାଟସ୍‌ମ୍ୟାନ୍‌ ବିରାଟ କୋହଲି ୨୮ତମ ଟେଷ୍ଟ୍‌ ଶତକ ହାସଲ କରିଛନ୍ତି।

ଦୀର୍ଘ ୩ ବର୍ଷ ହେବ ଶତକ ହାସଲ କରିପାରି ନ ଥିବା କୋହଲି ଆଜି ଶତକ ହାସଲ କରିଥିଲେ। ଆଜି ୫୯ ରନ୍‌ରେ ଇନିଙ୍ଗ୍‌ସ୍‌ ପୁନରାରମ୍ଭ କରି କୋହଲି ଧୀରେ ସୁସ୍ଥେ ଖେଳି ବାକି ୪୧ ରନ୍‌ ସଂଗ୍ରହ କରିବା ପରେ ଏହି ଶତକ ହାସଲ କରିଛନ୍ତି। ଆଜି ସେ ହାସଲ କରିଥିବା ଶତକ ନିମନ୍ତେ ସମୁଦାୟ ୨୪୧ଟି ବଲ୍‌ ଖେଳିଥିବା ବେଳେ ମାତ୍ର ୫ଟି ଚୌକା ମାରିଛନ୍ତି।

Related Articles

Back to top button