ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ପିଟିଆଇ ରାଜନୈତିକ ଦଳର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ଅଡୁଆ । ପୁରସ୍କାର ବିକ୍ରି ମାମଲାରେ ଆଜି ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହାପରେ ସେ ଜେଲରୁ ମୁକୁଳିବାକୁ ଯାଉଥିବା ବେଳେ ଅନ୍ୟଏକ ମାମଲାରେ ପୁଣି ଗିରଫ ହୋଇଛନ୍ତି । ସୂଚନା ମୁତାବକ ପୁରସ୍କାର ବିକ୍ରି ମାମଲାରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ଜାମିନ ପ୍ରଦାନ କରିବା ପରେ ଗୁପ୍ତ ଚିଠି ଚୋରି ମାମଲାରେ ପୋଲିସ ହେପାଜତକୁ ନେଇଛି । ଏନେଇ ପାକିସ୍ତାନ ଗଣମାଧ୍ୟମ ‘ଦ ଡନ୍’ ସୂଚନା ଦେଇଛି । ଆଗକୁ ପଢନ୍ତୁ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିିବା ପ୍ରକ୍ରିୟାକୁ ନେଇ… Aug 29, 2023 ଭୟ ବଢ଼ାଇବାକୁ ରିଲ୍ସରେ କରୁଥିଲେ ଅଭିନୟ । ରିୟଲରେ ମଧ୍ୟ ଘଟାଉଥିଲେ… Aug 29, 2023 ପାକିସ୍ତାନର ପୂର୍ବତନ ଆଇନମନ୍ତ୍ରୀ ତଥା ସରକାରୀ ଓକିଲ ଅତା ତରାଡ ପାକିସ୍ତାନର ଅନ୍ୟଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଇମ୍ରାନଙ୍କ ଦଣ୍ଡ ସସ୍ପେଣ୍ଡ ହୋଇଛି ଓ ତାଙ୍କୁ ଜାମିନ ମିଳିଛି । ହେଲେ ଏବେ ସେ ଜେଲରୁ ବାହାରିପାରିବେ ନାହିଁ । ଏହାର କାରଣ ଭାବେ ସେ ଗୁପ୍ତ ଚିଠି ଚୋରି ମାମଲା ବୋଲି କହିଛନ୍ତି । ଏହି ମାମଲାରେ ଏବେ ଯାଂଚ ଏଜେନ୍ସି ତାଙ୍କୁ ୧୪ ଦିନ ପାଇଁ ହେପାଜତକୁ ନେଇଛି । ତାଙ୍କୁ ଫେଡରାଲ ଇନଭେଷ୍ଟିଗେଟିଂ ଏଜେନି୍ସ ଓ ନ୍ୟାସନାଲ ଆକାଉଁଟବିଲିଟି ବ୍ୟୁରୋ ଜେରା କରିବ । ଗୁପ୍ତ ଚିଠି ଚୋରି ମାମଲାରେ ଫେଡରାଲ ଇନଭେଷ୍ଟିଗେଟିଂ ଏଜେନ୍ସି ଓ ମେ’୯ ତାରିଖରେ ହୋଇଥିବା ହିଂସା ମାମଲାରେ ନ୍ୟାସନାଲ ଆକାଉଁଟବିଲିଟି ବ୍ୟୁରୋ ଇମ୍ରାନଙ୍କୁ ଜେରା କରିବ । ଆକଳନ କରାଯାଉଛି କି, ନ୍ୟାସନାଲ ଆକାଉଁଟବିଲିଟି ବ୍ୟୁରୋ ଇମ୍ରାନ ଖାନଙ୍କୁ ୯୦ଦିନ ଧରି ପଚରା ଉଚରା କରିପାରେ । ଏଣୁ ଏହି ମାମଲାରେ ଏବେ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ସମେତ ଅନ୍ୟ କୌଣସି କୋର୍ଟ ଜାମିନ ପ୍ରଦାନ କରିପାରିବେ ନାହିଁ ।

Related Articles

Back to top button