ଶୀତଦିନେ ଜଳୀୟ ଅଂଶର ଅଭାବ ଦେଖାଦେଉଛି କି ? ତେବେ ଖାଆନ୍ତୁ ଏହି ସବୁ ଫଳ

ଶୀତଦିନ ସାଧାରଣତଃ ଲୋକମାନେ କମ୍ ପାଣି ପିଇଥାନ୍ତି । ଯେଉଁଥିପାଇଁ ସେମାନଙ୍କର ତ୍ବଚା ଶୁଷ୍କ ରହିବା ସହ ଓଠ ମଧ୍ୟ ଫାଠି ଥାଏ । କିଛି କିଛି ଲୋକଙ୍କ ଶରୀରରେ ଜଳୀୟ ଅଂଶ ଅଭାବରୁ ଡିହାଇଡ୍ରେସନ୍, କୋଷ୍ଠ କାଠିନ୍ୟ, ଚର୍ମ ସମସ୍ୟା ଆଦି ମଧ୍ୟ ଦେଖାଯାଏ । ଯେଉଁ କାରଣରୁ ସେମାନେ ଅସୁସ୍ଥ ହୋଇପଡନ୍ତି । ତେବେ, ଏଭଳି କିଛି ଫଳ ରହିଛି ଯାହାକୁ ଶୀତଦିନେ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ବଢିବା ସହ ତ୍ବଚାରେ ଚମକ ମଧ୍ୟ ଆସିଥାଏ ।

ସେଓ:ସେଓରେ ଜଳର ମାତ୍ରା ୮୦-୮୫ ପ୍ରତିଶତ ରହିଛି । ଏଥିରେ ସୋଡିୟମ୍, ଏବଂ ଚର୍ବିରେ କମ୍, ଏବଂ କୋଲେଷ୍ଟ୍ରୋଲ୍ କମ୍ କରିବାରେ ସାହାଯ୍ୟ କରେ । ସେଓରେ ଭିଟାମିନ୍ ସି ଏବଂ ଫାଇବରର ଏକ ଉତ୍ତମ ଉତ୍ସ ବୋଲି କହିପାରିବା । ପ୍ରତିଦିନ ଗୋଟିଏ ସେଓ ଖାଇଲେ ଆପଣଙ୍କ ଠାରେ ଜଳୀୟ ଅଂଶ କମିବ ନାହିଁ ।

ଅଙ୍ଗୁର:ଏଥିରେ ଅଧିକ ଭିଟାମିନ୍ ସି ଥାଏ । ଏବଂ ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହା କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପକୁ ମଧ୍ୟ ହ୍ରାସ କରିଥାଏ । ଶୋଇବା ପୂର୍ବରୁ ଆପଣ ଅଙ୍ଗୁର ଫଳ ରସ ପାଇପାରିବେ । ଏହି ଫଳରେ ୮୮ ପ୍ରତିଶତ ଜଳ ଥାଏ ।

ସପୁରୀ:ସପୁରୀରେ ୮୦ ପ୍ରତିଶତରୁ ଅଧିକ ଜଳ ଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଏବଂ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରିଥାଏ । ଶିତଦିନେ ସପୁରୀ ହାତପାହାନ୍ତାରେ ମିଳିଥାଏ । ଯାହାକୁ ବିଭିନ୍ନ ବର୍ଗର ଲୋକେ ଖାଇପାରିବେ।

କମଳା:ଏହି ଫଳରେ ୮୬ ପ୍ରତିଶତ ଜଳ ଥାଏ । କମଳା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ସି ଯୋଗାଇବାରେ ସାହାଯ୍ୟ କରିଥାଏ । ଏଥିରେ କ୍ୟାଲୋରୀରେ କମ୍ ଥାଏ । ଏବଂ ଏହା ବେଶ ପୁଷ୍ଟିକର ଅଟେ ।

ଡାଳିମ୍ବ:ଡାଳିମ୍ବ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ବଢିଥାଏ । ଏଥିରେ ୨ ପ୍ରତିଶତ ପ୍ରୋଟିନ ଥିବା ବେଳେ ଏକ ପ୍ରତିଶତ ଫ୍ୟାଟ ଥାଏ । ଡାଳିମ୍ବର ଏକ ମଧ୍ୟମ ଅର୍ଦ୍ଧେକରେ ମାତ୍ର ୫୦ କ୍ୟାଲୋରୀ ସହିତ ୮୨ ପ୍ରତିଶତ ଜଳ ଥାଏ ।

Related Articles

Back to top button